ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ ଘଟଣାରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି |ଗୋଧିକୁ ଧରିବା ପରେ ହତ୍ୟାକରି ରୋଷେଇ କରିଥିଲା ଅଭିଯୁକ୍ତ । ସମସ୍ତ ପ୍ରକ୍ରିୟାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିରଳ ପ୍ରଜାତିର ଗୋଧିକୁ ହତ୍ୟା କରିବା ଓ ରାନ୍ଧି ଖାଇବା ବନ ସୁରକ୍ଷା ଆଇନରେ ଅପରାଧ ଭାବେ ଗଣନା କରାଯାଇଛି । ତେବେ ଭିଡିଓଟି ଭାଇରାଲ ହେବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ସ୍ୱତଃ ଏକ ମାମଲା ରୁଜୁ କରିଥିଲା। ପରେ ୟୁଟ୍ୟୁବରଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, 1972 ର ଧାରା 2(16)(a)(b), 9, 39(1)(b), 48(a)(b) ଏବଂ 50(1) ସମେତ ବିଭିନ୍ନ ଧାରା ଅନୁଯାୟୀ ଗିରଫ କରାଯାଇଥିଲା।
