ଛାତ୍ରଛାତ୍ରୀ ଏଣିକି ସରକାରୀ ବସ୍ରେ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ ।
