ଇରୀକୁବାଡ଼ି କ୍ୱାର୍ଜ ଖଣି ଖନନ କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ l

ରାୟଗଡ – ରାୟଗଡ଼ ଜିଲ୍ଲାର ପ୍ରାକୃତିକ ସମ୍ପତି କୁ ସବୁ ଵ୍ୟଵସାୟୀ ଙ୍କ ଲୋଲୁପ ନଜରରେ ରହିଛି . କାଶୀପୁର ବ୍ଲକର ସିଜିମାଳି ବକ୍ସାଇଟ ଖଣି ଉତ୍ତଳନ ପାଇଁ ମୈତ୍ରୀ ନାମକ କମ୍ପାନୀ ର ଚକ୍ରାନ୍ତ ଶୀର୍ଷରେ ପହଂଚିଛି . ଖଣି ଉତ୍ତଳନକୁ ବିରୋଧ କରି ସମଗ୍ର ପ୍ରଭାବିତ ଅଂଚଳ ବାସୀ ମୈତ୍ରୀ ଓ ବେଦାନ୍ତ କମ୍ପାନୀ କୁ ତୀବ୍ର ବିରୋଧ କରି ଆସୁଛନ୍ତି . ସେଠି ଏକ ପ୍ରକାରରେ ଅଶାନ୍ତ କର ପରିବେଶ ସୃଷ୍ଟି ହୋଇଛି . କୋଉ ମୁହର୍ତ୍ତରେ ବଡ ଅଘଟଣ ଘଟିବା ସମ୍ଭାବନା ରହିଛି .
ଏଭଳି ସ୍ଥିତି ରେ ଜିଲ୍ଲାର ରାୟଗଡ ବ୍ଲକ ଇରୀକୁବାଡି ଵାଲାପାଡୁ ରତ୍ନ ଖଣି ! କୁ ନେଇ ଏବେ ବ୍ଲକ୍ ରେ ଉତ୍ତେଜନା ପରିସ୍ଥିତି ର ଦାନା ବାନ୍ଧିବାକୁ ଯାଉଛି . ଉକ୍ତ ପାହାଡ ଅଂଚଳ ଆନ୍ଧ୍ର ସୀମାନ୍ତ ରେ ଥିବାରୁ ସେଠି ରତ୍ନ ପଥର ଥିବା ନେଇ ୨୦୦୦ ମସିହାରୁ ଅର୍ଥାତ୨୫ବର୍ଷ ପୂର୍ବରୁ ଆନ୍ଧ୍ର ସରକାର କଡା ନଜର ରଖିଥିବା ଜଣାପଡିଛି . ଆରପଟ ସେତେବେଳେ ଉକ୍ତ ଅଂଚଳରୁ ରତ୍ନ ପଥର ଚାଲାଣ ନେଇ ମାଓବାଦୀ ମାନେ କିଛି ବ୍ୟକ୍ତିଙ୍କୁ ହତ୍ୟା ମଧ୍ୟ କରିଥିଲେ ! ସୀମାନ୍ତରେ ଉକ୍ତ ପାହାଡ ମାଓବାଦୀଙ୍କ ମୁଖ୍ୟ ଅଡ୍ଡା ପାଲଟିଥିଲା . ତେଣୁ ସରକାରଙ୍କ ନଜରକୁ ଉକ୍ତ ପାହାଡ ଆସିଯିବା ଭୟରେ ଉକ୍ତ ରତ୍ନ ପାହାଡ ସମ୍ପର୍କରେ ଲୁଚାଇବାକୁ ମାଓବାଦୀ କିଛି ବ୍ୟକ୍ତିଙ୍କୁ ହତ୍ୟା କରଥିବା ନେଇ ସେତେବେଳେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା .
ଏବେ ଅଶାନ୍ତକର ବଡ଼ ଇରୁକୁବାଡ଼ି ପଂଚାୟତ ଅନ୍ତର୍ଗତ (ହିଙ୍ଗିରିକଡା ପାହାଡ଼) ବାଲାପାଡ଼ୁ ରତ୍ନ ଖଣି ଅଂଚଳ . ରତ୍ନ ଖଣି ଖନନକୁ ଅଂଚଳବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ତୀବ୍ର ବିରୋଧ କରିଛନ୍ତି। ସ୍ଥାନୀୟ ଅଂଚଳବାସୀନ୍ଦାଙ୍କ ଗୋଟିଏ ଜିଦ୍ କୌଣସି ପରିସ୍ଥିତିରେ ମଧ୍ୟ ଖଣି ଉତୋଳନ କରିବାକୁ ଦିଆଯିବ ନାହିଁ । ଏ ନେଇ ପ୍ରଭାବିତ ଅଂଚଳବାସୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କୁ ସାକ୍ଷାତ କରି ପ୍ରସ୍ତାବିତ କ୍ୱାର୍ଜ ଖଣି ନାମରେ ହୋଇଥିବା ଲିଜ୍ କୁ ବାତିଲ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଗ୍ରାମବାସୀ ମାନେ ଖଣି ଉତୋଳନ ହେଲେ ହିଙ୍ଗିରିକଡା ପାହାଡ ପାଖରେ ବସବାସ କରୁଥିବା ୬ ଗୋଟି ଗ୍ରାମର ପ୍ରାୟ୧୮୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସହ ଆଖ ପାଖରେ ରହୁଥିବା ୧୦ଗୋଟି ଗ୍ରାମର ୩ ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପ୍ରଭାବିତ ହେବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଯଦି ଖଣି ଖନନ ହୁଏ ତେବେ ଆମର ଜୀବନଜୀବିକା ଉପରେ ପ୍ରଭାବ ପକାଇବା । ହିଙ୍ଗିରିକଡା ପାହାଡ଼ରେ ଲଘୁ ବନଜାତ ଦ୍ରବ୍ୟ ଆମ୍ବ,ପଣସ, ଅଁଳା, ହରଡା, ବାହାଡା, ମହୁଲ, ନିମ୍ୱ,ନାରଞ୍ଜି, ସଲପ ଆଦି ଗଛ ହଜାର ହଜାର ସଂଖ୍ୟା ରେ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ପାହାଡ ଦ୍ୱାରା ସେମାନଙ୍କ ଜୀବନଜୀବିକା ଚାଲୁଛି । ତେଣୁ ଜୀବନ ଗଲେ ଯାଉ କିନ୍ତ ଆମେ ଏହି ପର୍ବତ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବଡ ଇରୁକୁବାଡି ସମିତି ସଭ୍ୟ ଦୟାନିଧି କଣ୍ଡାଗରୀ, ସମିତି ସଭ୍ୟ ଚେନ୍ଦ୍ରଶେଖର ଖାଁର୍ସେଲବନସ , ସରପଂଚ କାମେଶ୍ୱର ତାଡିଙ୍ଗି, ତାଡମା ସରପଂଚ ଅଲେମ ଜାକାକା, ପିତାମହଲ ସରପଂଚ ଶର୍ମିଳା ପାଲକା ଅଂଚଳ ବସି ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯେ ବାଲାପାଡୁ ଗାଁ ଠାରେ ଥିବା ୫୫.୩୯୪ହେକ୍ଟର ପ୍ରାୟ ୧୪୫ ଏକର ଜମି ପରିମିତ ଅଂଚଳରେ କ୍ୱାର୍ଜ ଏବଂ କ୍ୱାର୍ଜାଇଟ ଖଣି ପାହାଡରୁ ବାର୍ଷିକ ୫୪ ହଜାର ୫୦୦ଘନ ମିଟର ଉତୋଳନ ନିମନ୍ତେ ପରିବେଶୀୟ ମଂଜୁରୀ ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ରାୟଗଡ଼ ପ୍ରଦୂଷଣ ବିଭାଗ ଆବଶ୍ୟକ ଅନୁଯାୟୀ ସମଗ୍ର ଅଂଚଳରେ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ ଅନ୍ଧାରରେ ରଖିବା ସହ ଚକ୍ରାନ୍ତ କରି ଗତ ୧୨ /୦୮ /୨୦୨୫ ରେ ଖଣି ଖନନ ନେଇ ଜନଶୁଣାଣୀ ଡାକିଥିଲା . ହେଲେ ପ୍ରଭାବିତ ଅଂଚଳ ବାସୀଙ୍କ ପ୍ରବଳ ବିରୋଧରୁ ଜନ ଶୁଣାଣୀ ବନ୍ଦ କରିଦିଆଯାଇ ଥିଲା . ଲୋକଙ୍କ ବିରୋଧ ଓ ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚଇବେ ବୋଲି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହ୍ନର କହିଥିଲେ ।

ଅଧିକ ପଢନ୍ତୁ