ରାୟଗଡ଼ ଜିଲ୍ଲା ବିଶ୍ୱ ଭ୍ରାତୃତ୍ୱ ଦିବସ ଅବସରରେ ରାୟଗଡ଼ ସହରର ସ୍ଥିତ କୋରାପୁଟ ଛକ ନିକଟରେ ଥିବା ବ୍ରହ୍ମାକୁମାରୀ କେନ୍ଦ୍ରରେ ବିଶ୍ୱ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ପୂର୍ବତନ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରଶାସକ ରାଜଯୋଗିନୀ ଦାଦି ପ୍ରକାଶମଣି ଜୀଙ୍କ ୧୮ ତମ ପୁଣ୍ୟତିଥି ପାଇଁ ବ୍ରହ୍ମାକୁମାରୀ ସଂଗଠନ ସାରା ଭାରତ ଏବଂ ନେପାଳରେ ଏକ ମେଘା ରକ୍ତଦାନ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ଏକ ଲକ୍ଷ୍ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ପାଇଁ ଏକ ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରାଯିବ । ଏହି କାର୍ଯ୍ୟକ୍ରମ ୨୨ ରୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ, ଦେଶବ୍ୟାପୀ ୧୫୦୦ ରୁ ଅଧିକ ବ୍ରହ୍ମ କୁମାରି ସେବା କେନ୍ଦ୍ର ବଡ଼ ଧରଣର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷରେ ରାୟଗଡା ବ୍ରହ୍ମ କୁମାରୀ ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା । ବ୍ରହ୍ମାକୁମାରୀ ବିଦ୍ୟାଳୟର ସମାଜ ସେବା ଶାଖା ରେଡକ୍ରସ୍ ସୋସାଇଟି, ବିଶ୍ୱବିଦ୍ୟାଳୟ ଏବଂ କଲେଜ ଏବଂ ସମାଜର ଅନ୍ୟାନ୍ୟ ପ୍ରମୁଖ ଏନଜିଓଙ୍କ ସହଯୋଗରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ବହୁ ସଂଖ୍ୟା ରେ ରକ୍ତଦାତା ମାନେ ଅଂଶ ଗ୍ରହଣ କରି ରକ୍ତଦାନ ଅଭିଯାନକୁ ସଫଳ କରିଥିଲେ। ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସର୍ବମୋଟ ୩୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ଭାଇ ବ୍ରହ୍ମାକୁମାର ଅଶ୍ୱିନୀ ,ଅଭିଜିତ, ସାଗର, ନୀଳମାଧଵ, ଦୟାନିଧି, ପ୍ରଦୀପ, ମଙ୍ଗୁଲୁ ,ଗୋପୀ, ବେଣୁ, ନକୁଳ, ପିତାମ୍ଭର ଆଦି ଓ ଭଉଣୀ ବ୍ରହ୍ମାକୁମାରୀ ସବିତା,ସାଧନା,ଟିକି,ଛାୟା,ନିଲମ ,ପ୍ରତିମା,ଡୁମୁନି,ପୁଷ୍ପା, ଭାନୁମତି ଆଦି ସ୍ବେଚ୍ଛାସେବୀ ରୂପେ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ । ରକ୍ତଦାତାଙ୍କୁ ବ୍ରହ୍ମାକୁମାରି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଦୁଇଟି ଲେଖାଏଁ ମାନ ପତ୍ର ପ୍ରଦାନ କରାଯାଇଥିଲା।
