ଆହୁରି ବିକଶିତ ହେବ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର, ବଢ଼ିବ ଭିତ୍ତିଭୂମି । ଓଡ଼ିଶା ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବଶୀଘ୍ର ନିର୍ମାଣ ହେବ ଟର୍ମିନାଲ-୩ ।
ବର୍ତ୍ତମାନ ଟର୍ମିନାଲ-୩ର ନିର୍ମାଣ ପ୍ଲାନିଂ ଷ୍ଟେଜରେ ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ସହ ବିମାନ ଚଳାଚଳ ବଢ଼ୁଛି । ସେଥିପାଇଁ ଟର୍ମିନାଲ-୩ର ନିର୍ମାଣ କରାଯିବ । ଏଥିସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପୁରୁଣା ଟର୍ମିମିନାଲରେ ନୂଆ ବିଲ୍ଡିଂ ନିର୍ମାଣ ପାଇଁ ଯୋଜନା କରାଯାଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।କୌଣସି ଆଧୁନିକତା ଝଲକ ରହିବ ନାହିଁ। ବିମାନ ଯାତ୍ରୀ ଓହ୍ଲାଇବା ପରେ ଓଡ଼ିଶାର ଗୌରବ ଗାଥା ବିଷୟରେ ଜାଣିପାରିବେ ବୋଲି ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି।