ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ଦମ୍ପତିଙ୍କ ଦେହ ୫୦ରୁ ୬୦% ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି । ମୃତକ ହେଲେ ୨୭ ବର୍ଷୀୟ ରାଜେଶ ପଟେଲ ଓ ୨୫ ବର୍ଷୀୟା ରୀମା ପଟେଲ । ତେବେ କେମିତି ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ଦମ୍ପତିଙ୍କ ର ମଧ୍ୟ ମୃତ୍ୟୁ ଘଟିଛି।
