କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ FM କଲେଜ ଛାତ୍ରୀଙ୍କ ବାପା

ଆଜି ଜିଲ୍ଲାପାଳ ଓ SPଙ୍କୁ ଭେଟିଲେ ମୃତ ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା। କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ୪ ଜଣ ଗିରଫ ହୋଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ।ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନି । ତେବେ ଜିଲ୍ଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । କିନ୍ତୁ ବାଲେଶ୍ୱର ଛାତ୍ରୀଙ୍କ ସହ କଣ ଘଟିଥିଲା ? ନ୍ୟାୟ ଯୁଦ୍ଧ କେବେଠୁ ଆରମ୍ଭ ହୋଇଥିଲା ? କଠୋର ନିଷ୍ପତ୍ତି ନେବାକୁ କିଏ ଏବଂ କେଉଁ ପରିସ୍ଥିତି ବାଧ୍ୟ କରିଥିଲା ? ଗତ 8 ମାସ ଧରି ଏକୁଟିଆ ସଂଗ୍ରାମ କରୁଥିବା ସାହସୀ ଝିଅ ଶେଷଯାତ୍ରାରେ । ତେବେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ମିଳିନି |

ଅଧିକ ପଢନ୍ତୁ