ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ , ସିକର ଜିଲ୍ଲାପାଳଙ୍କ ଚିଠି ପରେ ଆକ୍ସନ୍

ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ଆସିଛି ନୂଆ ମୋଡ଼ । ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ରଥଯାତ୍ରା । ଆଜି ଆୟୋଜିତ ହେବାକୁ ଥିବା ଏହି ରଥଯାତ୍ରାକୁ ସିକର ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକାଯାଇଥିବା ଜଣାପଡ଼ିଛି । ଗତକାଲି ଅଦିନ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲାପାଳ। ଚିଠିରେ ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଜିଲାପାଳ ଅନୁରୋଧ କରିଥିଲେ।ସୂଚନାଯୋଗ୍ୟ, ଜୁଲାଇ ୧୦ରେ ରାଜସ୍ଥାନ ସିକରରେ ରଥଯାତ୍ରା ହୋଇଥାନ୍ତା। ରଥଯାତ୍ରା ରୋକିବାକୁ ଖାଟୁଶ୍ୟାମ ମଣ୍ଡଳକୁ ସିକର ତହସିଲଦାର ଅନୁରୋଧ କରିଛନ୍ତି। ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତି ସହ ଜଡ଼ିତ ରଥଯାତ୍ରାକୁ ନେଇ ସବୁବେଳେ ଭକ୍ତଙ୍କ ମଧ୍ୟରେ ଭାବନା ରହିଥାଏ । ଏଭଳି ସ୍ଥିତିରେ ରାଜସ୍ଥାନର ଏହି ଅଦିନିଆ ରଥଯାତ୍ରା ବନ୍ଦ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ