ଟ୍ରେନରେ ଗୋବର ଘସି ଜାଳି ସେକି ହେଲାବେଳେ ଧରିଲେ ଆରପିଏଫ ଯବାନ

ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଏକ ଘଟଣା ଘଟିଛି । ନିଆଁ ଜାଳିଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି ।୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେ।ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ, ଟ୍ରେନ୍‌ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ସେମାନଙ୍କୁ ଗିରଫ କରାଯାଇଥିଲା।ଅଟକ ରଖାଯାଇ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ଗୋବର ଘସି ମିଳିଥିଲା ।

ଅଧିକ ଶୀତ ଲାଗିବାରୁ ବାଧ୍ୟ ହୋଇ ନିଆଁ ଜାଳିଥିବା କହିଛନ୍ତି ଅଭିଯୁକ୍ତ । ଏହି ଘଟଣା ସମୟରେ ଉକ୍ତ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଥିଲା , ଆଇପିସି ଏବଂ ରେଲଓ୍ବେ ଆକ୍ଟର ବିଭିନ୍ନ ଧାରାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଜେଲ ପଠାଇଦିଆଯାଇଛି। ଏବଂ ଅନ୍ୟ ୧୪ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ଚେତାବନୀ ଦିଆଯିବା ପରେ ଛାଡ଼ି ଦିଆଯାଇଛି । ଏ ନେଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

Odisha Darpan Digital