ମାତ୍ର ୨ହଜାର ଟଙ୍କା ପାଇଁ ମଣିଷ ଭୁଲିଗଲା ହିତାହିତ ଜ୍ଞାନ। ମହିଳାଙ୍କ ବିଚ୍ ରାସ୍ତାରେ କଲେ ଦେଲେ ଲୋକଲଜ୍ଜା। ବେକରେ ପିନ୍ଧାଇଲେ ଚପଲ ମାଳ, ମୁହଁରେ କଳା ବୋଳି ପୁରା ଗାଁରେ ବୁଲାଇଲେ ।ତେବେ ଏହି ଅଭାବନୀୟ ଦୃଶ୍ୟ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଋଣ ସୁଝି ନ ପାରିବାରୁ ଗାଁରେ ବୈଠକ ହୋଇଥିଲା ଆଉ ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଯାଇଛି। ମହିଳା ଜଣଙ୍କ ଗ୍ରାମ ପାଣ୍ଠିରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ହେଲେ ସେହି ଟଙ୍କା ସୁଝି ପାରିଲେ ନାହିଁ। ଘଟଣାକୁ ନେଇ ୧୪ ତାରିଖ ଦିନ ଗ୍ରାମରେ ଏକ ବୈଠକ ହୋଇଥିଲା। ୨ ହଜାର ଟଙ୍କା ସହ ସୁଧ ମିଶାଇ ଫେରସ୍ତ କରିବାକୁ ମହିଳାଙ୍କୁ ତାଗିଦ୍ କରାଯାଇଥିଲା। ହେଲେ ମହିଳା ଜଣଙ୍କ ଗରିବ ଥି୍ବାରୁ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ କେବଳ ମୂଳ ୨ ହଜାର ଟଙ୍କା ଫେରାଇବାକୁ କହିଥିଲେ।ଏହା ପରେ ଗ୍ରାମର କିଛି ମହିଳା ତାଙ୍କ ହାତ ବାନ୍ଧି ମୁହଁରେ କଳା ଲଗାଇଥିଲେ ଆଉ ବେକରେ ଚପଲ ମାଳ ପକାଇ ନିର୍ଯାତନା ଦେଇ ଗାଁରେ ବୁଲାଇଥିଲେ। ପରେ ମହିଳା ଜଣଙ୍କ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଗ୍ରାମର କିଛି ମହିଳାଙ୍କୁ ନୋଟିସ୍ କରିଛି।ଘଟଣାର ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ଦୋଷୀଙ୍କୁ ବାନ୍ଧିଛି ପୋଲିସ। ଖୁବଶୀଘ୍ର ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।
