କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀ ବୋଲି ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଥାନାରେ ପହଞ୍ଚିଥିଲେ ଯୁବକଙ୍କ ସହ କିଛି ଲୋକେ। ରାତି ଅଧରେ ଥାନାରେ ଏସଡିପିଓ ଓ ଆଇଆଇସି ମ୍ୟାଡମଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ। ତେବେ ବିବାଦ ଅଧିକ ଘନେଇବାରୁ ଶେଷରେ ସର୍ବସାଧାରଣରେ ଭୁଲ୍ ମାଗିଥିଲେ ଆଇଆଇସିଙ୍କ ସ୍ବାମୀ।
