ବିଏସଏଫ୍‌ ଯବାନଙ୍କ ଦ୍ୱାରା ବିରଳ ପ୍ରଜାତିର ଉଡ଼ନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର

କୋରାପୁଟଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍‌ କ୍ୟାମ୍ପ ପଛପଟୁ ଥିବା ଜଙ୍ଗଲରୁ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର ହୋଇଛି । ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ସମୟରେ କ୍ୟାମ୍ପ ନିକଟରେ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର କରିଥିଲେ।ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବା ଅନୁଭବ କରି ଯବାନମାନେ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ପାଣି ଦେଇ ଟିକେ ସୁସ୍ଥ କରିଥିଲେ। ପରେ ରାମଗିରି ବିଏସଏଫ କମ୍ପାନି କୋମାଣ୍ଡର ଅମିତ କୁମାର ସିଂ ଏବଂ ଯବାନ ଲମ୍ବଧର ପରିଡା ଉଦ୍ଧାର ଉଡନ୍ତା ଗୁଣ୍ଡୁଚି ମୂଷାକୁ ନିକଟସ୍ଥ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ବନବିଭାଗ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଛିଲ ତେବେ ଜଙ୍ଗଲ କ୍ଷୟ ସାଙ୍ଗକୁ ଏମାନଙ୍କ ବାସସ୍ଥାନ ନଷ୍ଟ ହେଉଥିବା କାରଣରୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ଖସିବାରେ ଲାଗିଛି । ଏମାନଙ୍କ ବାସସ୍ଥାନ ସହିତ ଜଙ୍ଗଲର ସୁରକ୍ଷା କରାଯାଇପାରିଲେ କୋରାପୁଟ ଜିଲ୍ଲାରେ ଦେଖାଯାଉଥିବା ଏଭଳି ବିରଳ ଜୀବଜନ୍ତୁଙ୍କର ସୁରକ୍ଷା କରାଯାଇପାରିବ। ସରକାର ତଥା ବନବିଭାଗକୁ ଏଭଳି ବିରଳ ଜୀବଜନ୍ତୁଙ୍କର ବଂଶ ବୃଦ୍ଧି ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ।

ଅଧିକ ପଢନ୍ତୁ