‘ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ’

ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ ଓ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଏ। ଏଥିସହିତ ପ୍ରକୃତି ସହିତ ସେମାନଙ୍କ ସ୍ଥାୟୀ ସହାବସ୍ଥାନକୁ ପ୍ରୋତ୍ସାହନ ଗୁରୁତ୍ୱ ଦିଆଯାଇଥାଏ।। ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ଦୃଢ଼ ନୀତି ଏବଂ ଅନେକ ଗୁଡ଼ିଏ ଆଇନଗତ ଢ଼ାଞ୍ଚା ସ୍ଥାପନ କରିଛନ୍ତି । ଭାରତ ଏହାର ସମୃଦ୍ଧ ଏବଂ ବିବିଧ ବନ୍ୟଜନ୍ତୁ ପ୍ରାକୃତିକ ସ୍ଥଳୀ ପାଇଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଦେଶରେ ୧ ହଜାରରୁ ଅଧିକ ସୁରକ୍ଷିତ ପ୍ରାକୃତିକ ବାସସ୍ଥାନ ମଧ୍ୟରେ ୧୦୬ଟି ଜାତୀୟ ଉଦ୍ୟାନ, ୫୭୩ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ୧୧୫ଟି ସଂରକ୍ଷଣ ସ୍ଥଳୀ ରହିଛି । ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ, ୨୦୨୫-୨୬ ବଜେଟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଁ ୩ ହଜାର ୪୧୨ କୋଟି ଟଙ୍କାର ଅର୍ଥ ଆବଣ୍ଟନ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital