/ନୂଆଗାଁ:( ପୁଷ୍ପଲତା ପ୍ରଧାନ)ନୟାଗଡ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ଏ ଡି ଇ ଓ ଗୀତାଞ୍ଜଳି ସାହୁ।ପବିତ୍ର ଗୁରୁ ଦିବସରେ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳି ସାହୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ,ନୟାଗଡ ଜିଲ୍ଲାକୁ ଶିକ୍ଷା ରେ ଶିଖରରେ ପହଞ୍ଚାଇବା ପାଇଁ ଅହରହ ପ୍ରଚେଷ୍ଟା ,ଜଣେ କର୍ତ୍ୟବ୍ୟନିଷ୍ଠ ଶିକ୍ଷା ପ୍ରଶାସିକା,ଆଦି ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଅବଦାନ ପାଇଁ ଏ ଡି ଇ ଓ ଗୀତାଞ୍ଜଳି ସାହୁ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।ପ୍ରଥମେ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷୟିତ୍ରୀ,ପରେ ବ୍ଲକ୍ ଶିକ୍ଷା ଅଧିକାରିଣୀ ଏବଂ ବର୍ତ୍ତମାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଭାବେ ଶିକ୍ଷାର ବିକାଶ କୁ ଗୁରୁତ୍ଵ ଦେଇ ଚାଲିଛନ୍ତି। ଏ ଡି ଇ ଓ ଗୀତାଞ୍ଜଳି ସାହୁଙ୍କ ପ୍ରତି ନୟାଗଡ ଜିଲ୍ଲା କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛାର ସୁଅ।
