ଏନକାଉଣ୍ଟରରେ ମହିଳା ମାଓବାଦୀଙ୍କ ସମେତ ୬ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଜି ସକାଳଠାରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ୬ମାଓବାଦୀ। ଏହି ଗୁଳି ବିନିମୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲଗାତାର ଜାରି ରହିଛି । ଯେଉଁଥିରେ ଏ ପର୍ଯ୍ୟନ୍ତ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।ଥୁଲଥୁଲି ଜଙ୍ଗଲ ମାଓବାଦୀଙ୍କ ଆଡ୍ଡାସ୍ଥଳ ଭାବେ ପରିଚିତ। ଏଠାରେ ନିୟମିତ ବ୍ୟବଧାନରେ ପୁଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନ କରାଯାଇଥାଏ। କିଛି ମାଓବାଦୀ ଜଙ୍ଗଲରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଦାନ୍ତେଓ୍ବାଡ଼ା ଏବଂ ନାରାୟଣପୁର ଜିଲାର ଡିଆରଜି ଓ ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିବାରୁ ୬ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital