FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଏଣିକି ଏଫଏମ ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ ।ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି । ଟ୍ରାଫିକ ପୋଲିସ ସହ ସେମାନେ ମିଶି କାମ କରିବେ । ଟ୍ରାଫିକ ପରିଚାଳନାକୁ ସୁଦୃଢ ପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ । ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମର ତଥ୍ୟ ଦେବ ଏଫଏମ ରେଡିଓ ।ପୂର୍ବରୁ ଟ୍ରାଫିକ୍ ସୂଚନା ପ୍ରଦାନ ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଇଥିଲା କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଥିଲା।କମିଶନରେଟ୍ ପୋଲିସ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଯୋଜନା କରୁଛି ।

ଅଧିକ ପଢନ୍ତୁ