ରାୟଗଡାରୁ ଆରମ୍ଭ ହେବକି ବିଜେଡ଼ିର ପତ୍ତନ!ଭାସ୍କରଙ୍କ ଇସ୍ତଫା ଦଳ ପାଇଁ କାଳ ସାଜିବକି

ରାୟଗଡା ତା ୦୯/୦୯ (ନିପ୍ର)- ରାୟଗଡା ବିଜେଡିର ପୁରୁଖା ନେତା ତଥା ପୁର୍ବତନ ସାଂସଦ ଏନ ଭାସ୍କର ରାଓ , ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ଇସ୍ତଫା ପରେ ଆଜି ଜିଲ୍ଲାରେ ଏକ ନୂଆଁ ଚର୍ଚା ଆରମ୍ଭ ହୋଇଯାଇଛି । ଏବେ ସାରା ଜିଲ୍ଲାରେ ଗୋଟିଏ କଥା ଜିଲ୍ଲାରେ ବିଜେଡିର ପତ୍ତନ ହେବା ନେଇ ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ କିଛି ଦିନ ତଳେ ଜିଲ୍ଲା ବିଜେଡି ସଭାପତି ଭାବେ ସୁଧୀର ଗୋଷ୍ଠୀର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁ ଘୋଷଣା କରିବା ପରେ ପରେ ରାୟଗଡା ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଲେଖାଯାଇଥିବା ନାମ ଫଳକ ରେ ଚୂନ ଲଗେଇ ଲିଭାଇ ଦିଆଯାଇଥିଲା ।

ସେହିଭଳି ଗତ ପାଞ୍ଚ ଦିନ ହେଲା ଜିଲ୍ଲାରେ ଭାସ୍କର ଗୋଷ୍ଠୀରେ ଅସନ୍ତୁଷ୍ଟ ବଢିବାରେ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ କିଛି ଗୋଟେ ବଡଧରଣର ଖବର ମିଳିବା ନେଇ ସୁନିଶ୍ଚିତ ହୋଇଯାଇଥିଲା । ଯାହାର ଅନ୍ତ ଆଜି ଘଟିଛି ଯାହାକି ଭାସ୍କର ଏକ ପ୍ରେସ ମିଟ କରି ତାଙ୍କ ସହ ତାଙ୍କର ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ସରପଞ୍ଚ , ସମିତି ସଭ୍ୟ , କୋର୍ପେରେଟର ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରି ଇସ୍ତଫା ଦେଇଥିବା ପ୍ରେସମିଟରେ କହିଛନ୍ତି । ଯାହାକି ଏ ନେଇ ଏବେ ଜିଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଥିବା ବେଳେ ଦଳର ବର୍ତ୍ତ୍ମାନର ସଭାପତି ଶ୍ରୀ ସାରକା ଆମେ ସବୁ ନବୀନଙ୍କ ନୀତି ଆଦର୍ଶରେ ରହିଛି ଓ ଆମେ ସବୁ ଏକାଠି ଅଛୁ ବୋଲି କହିଛନ୍ତି । କିନ୍ତୁ ପ୍ରେସମିଟ କରି ଭାସ୍କର ସମସ୍ତଙ୍କୁ ତାଜୁବ କରିଦେଇ ତାଙ୍କ ସମର୍ଥକଙ୍କୁ ନେଇ ଏକ ନୂଆଁ ସାମାଜିକ ମଞ୍ଚ ବିଜୁ ସ୍ଵାଭିମାନ ମଞ୍ଚ ଗଠନ କରିଥିବା ବେଳେ ଏହି ମଞ୍ଚ ଦ୍ଵାରା ସେ ଆଉ ତାଙ୍କର ସମର୍ଥକ ଲୋକଙ୍କ ସେବା କରିବେ ବୋଲି ସୂଚନା ଦେଇଛନ୍ତି। ଏହି ପ୍ରେସମୀଟ କରିବାକ୍ସମୟରେ ୫୧ ବର୍ଷର ରାଜନୀତି କରି ଗୋଟିଏ ଦଳର ବିଚାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଥିବା ସହ ସର୍ବଦା ନିଜର ସମର୍ଥକ ଓ ଲୋକଙ୍କ ପାଇଁ ସେବା କରି ଆସୁଥିବା କହି ଭାବପ୍ରବଣ ହୋଇଯାଇଥିଲେ ଶ୍ରୀ ରାଓ । ଏହାଛଡା ସେ ଆଜି ମଧ୍ୟ ବିଜୁଙ୍କ ବିଚାରଧାରା ରେ ରହିଛନ୍ତି ଓ ରହିବେ ବୋଲି କହିବା ସହ ଏହି ମଞ୍ଚ ଜରିଆରେ ଲୋକଙ୍କ ସେବା କରିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏହା ସହ ସେ କେବେ ମଧ୍ୟ ନିଜର ନିଷ୍ପତ୍ତି କୁ ପ୍ରାଧାନ୍ୟ ଦେଇନଥିବା ବେଳେ ନିଜର ସହଯୋଗୀ ଓ ସମର୍ଥକଙ୍କ ସହ ଏକମତ ହୋଇ ରହିଛନ୍ତି ଯାହାକି ଆଜି ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ସେ ରାଜନୈତିକ ଜୀବନରୁ ଅବସର ନେଇନଥିବା କହିଥିବା ବେଳେ ଶେଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବେ ବୋଲି ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ