ସମ୍ ହସ୍ପିଟାଲ୍‌ରେ ବ୍ରେନ ଡେଡ୍‌ଙ୍କ ଯକୃତ ଦେଲା ନୂଆ ଜୀବନ

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଥିବାବେଳେ ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଶରୀରକୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଷ୍ଟେଟ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ଏବଂ ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ସହ ଯୋଗାଯୋଗ କରି ଅଙ୍ଗ ବାହାର କରି ପ୍ରତିରୋପଣ ପ୍ରକ୍ରିୟାର ପ୍ରସ୍ତୁତି କରିଥିଲେ। ଏହାକୁ ମିଶାଇ ଉକ୍ତ ଘରୋଇ ହସ୍ପିଟାଲରେ ଚତୁର୍ଥ ଥର ପାଇଁ ବ୍ରେନ ଡେଡ୍‌ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଛନ୍ତି। ସୂଚନାମୁତାବକ ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital