ବେତନଟୀରେ କାୟା ବିସ୍ତାର କରୁଛି ସ୍କ୍ରବ୍ ଟାଇଫସ୍ ।ଏକ ନିର୍ଦ୍ଧିଷ୍ଟ ପ୍ରଜାତିର କୀଟ ସ୍କ୍ରବ୍ ଟାଇଫସ୍ ଦଂଶନରେ ମଣିଷ ଶରୀରେ ସଂକ୍ରମଣ ହୋଇଥାଏ । ଏହାଛଡ଼ା ସଂକ୍ରମିତଙ୍କ ଶରୀରରେ ଜ୍ୱର ସହିତ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖାଯାଇଥାଏ । ଆଣ୍ଠୁଗଣ୍ଠି ଦରଜ ହେବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଆକ୍ରାନ୍ତଙ୍କ ଶରୀରରେ ଔଷଧ ବି ଠିକ୍ ଭାବେ କାର୍ଯ୍ୟ କରି ନଥାଏ । ମଣିଷ କ୍ରମଶଃ ଦୁର୍ବଳ ହେବା ସହିତ ଦେହରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ଜଟିଳତା ପରିଲକ୍ଷିତ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୧୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାରିପଦା, ବାଲେଶ୍ୱର କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷକରି ବେତନଟୀ ଅଞ୍ଚଳରେ ସ୍କ୍ରବ ଟାଇଫସ୍ କୀଟ ଦଂଶନ ଘଟଣା ଦିନକୁଦିନ ବଢି ଚାଲିଥିବା ଏବଂ ଘରୋଇ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ସମନ୍ୱୟ ରହୁନାହିଁ । ଯାହା ଫଳରେ ସ୍କ୍ରବ୍ ଟାଇଫସ୍ କୀଟ କାମୁଡ଼ା ପ୍ରତିହତ କିମ୍ବା ମୁକାବିଲା ପାଇଁ ସରକାରୀ ସ୍ତରରରେ କୌଣସି ସଚେତନତା କାର୍ଯ୍ୟକ୍ରମ ହେଉନଥିବା ଅଭିଯୋଗ ହୋଇଛି ।
