ଦାରୁଠେଙ୍ଗ ଗାଁରୁ ବିରଳ ବିଶାଳ ଧଳା ନାଗ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲାର ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମାସୁନ୍ଦରପୁର ଗାଁରେ ଏହି ବିରଳ ସାପଟି ଦେଖାଯାଇଥିଲା।ଆଜି ସକାଳେ ଭାସ୍କର ମୁଦୁଲିଙ୍କ ଘର ପଛପଟରୁ ଏହି ବିଶାଳ ସାପଟି ଦେଖା ଦେଇଥିଲା । ପରିବାର ସଦସ୍ୟମାନେ ଏହାକୁ ପ୍ରଥମେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ପଡ଼ୋଶୀ ଏବଂ ରାସ୍ତାରେ ଥିବା ଲୋକମାନେ ବିରଳ ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳକୁ ଆସିଥିଲେ । ଭିଡ଼ ଦେଖି ବିଶାଳ ସାପଟି କୌଣସି ସ୍ଥାନରେ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ, ସେତେବେଳକୁ ସେ ଏକ ବେଙ୍ଗ ଧରିସାରିଥିଲା।

ଏହି ସମୟରେ ପରିବାର ସଦସ୍ୟମାନେ ସାପ ହେଲ୍ପଲାଇନ୍ ସଦସ୍ୟଙ୍କୁ ଡାକିଥିଲେ । ସାପ ଧରାଳିମାନେ ଦାରୁଠେଙ୍ଗରୁ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ 7 ଫୁଟ ଲମ୍ବର ଏକ ବିରଳ ଧଳା ନାଗ ବୋଲି ଜଣାପଡିଛି । ସାପ ଧରାଳିମାନେ ତା’ପରେ ନାଗକୁ ସାଙ୍ଗରେ ନେଇ ଚନ୍ଦକା ଜଙ୍ଗଲରେ ଏକ ନିର୍ଜନ ସ୍ଥାନରେ ଛାଡି ଦେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital