
ନୟାଗଡ,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଦିନ ଧରି ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଅଧିକାର ମିତ୍ର ମାନଙ୍କୁ ନେଇ ନୟାଗଡ଼, ଖଣ୍ଡପଡା, ଭାପୁର, ଗଣିଆ, ଦଶପଲ୍ଲା, ନୂଆଗାଁ, ଓଡଗାଁ,ରଣପୁର ବ୍ଲକର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାର ପତ୍ର ଏବଂ ଡାକଵାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ୧୩ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି l ଅଧିକାର ମିତ୍ର କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କଣ, ସେ ସମ୍ପର୍କ ରେ ବୁଝାଇ ବାକୁ ଯାଇ କହିଛନ୍ତି କୋର୍ଟ କଚେରୀ ରେ ବିଚରା ଧୀନ ହୋଇ ରହିଥିବା ମୋକଦ୍ଦମା ଗୁଡିକର ଆପୋଷ ବୁଝାମଣା ଭିତିରେ ଫଇସଲା କରିବା ପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକଅଦାଲତ l ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପରିକ ବିଚାର ପ୍ରକ୍ରିୟାର ଦରକାର ପଡ଼େନାହିଁ l ମଧ୍ୟସ୍ଥି ବା ମିଳାମିଶା କାରୀଙ୍କ ସହାୟତା ରେ ଆପୋଷ ବୁଝାମଣl ଭିତିରେ ମୋକଦ୍ଦମା ର ଫଇସଲା କରାଯାଏ l ବିବାଦୀୟ ପକ୍ଷ କୌଣସି ମୋକଦ୍ଦମା କୁ ଯିବା ପୂର୍ବରୁ ବିବାଦର ଆଶୁସମାଧାନ ପାଇଁ ମଧ୍ୟ ଏହି ଲୋକ ଅଦାଲତ ର ସହାୟତା ଲୋଡି ପାରିବେ l ଏଠି ଉଲ୍ଲେଖ ଯୋଗ୍ୟ ଯେ, ଯଦି ଲୋକ ଅଦାଲତ ମାଧ୍ୟମରେ କୌଣସି ମୋକଦମ ର ଫଇସଲା ହୁଏ, ତେବେ ମୋକଦମାକାରି କୋର୍ଟ ଫି (ମୋକଦମl ଖର୍ଚ୍ଚ )ବାବଦକୁ ପୈଠ କରିଥିବା ଟଙ୍କା ଫେରିପାଇବେ ଏଵଂ ଲୋକ ଅଦାଲତ ଙ୍କ ନିଷ୍ପତି /ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବେ ନାହିଁ l ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକ ଅଦାଲତ ର ଆୟୋଜନ କରାଯାଇ ହଜାର,ହଜାର ମୋକଦମା ର ଫଇସଲା କରାଯାଉଛି ବୋଲି କହିଛନ୍ତି l ଏହି ପ୍ରଚାର କାର୍ଯ୍ୟରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ସୋନାଲିକା ପଟ୍ଟନାୟକ, ଆନନ୍ଦ ନାୟକ, ପ୍ରମୋଦ କୁମାର ମହାନ୍ତି, ବନ୍ଦନା ବିଶ୍ୱାଳ,ପ୍ରକାଶ ଦଳେଇ ,ରୋନିତ ଦଳେଇ, ରମେଶ ବେହେରା, ଜିନୁ ସାହୁ, ବିଷ୍ଣ ଚରଣ ପଟନାୟକଙ୍କ, ଅନୁପମା ରାଉତ, ସୁରେନ୍ଦ୍ର ନାୟକ, ପରଜ୍ଞା ରଥ,ମମତା ସାହୁ,ବର୍ଷଆରଣି ପଣ୍ଡା ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ l