ବଢୁଛି ହୀରାକୁଦ ଜଳସ୍ତର । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ । ପୂର୍ବରୁ ୪ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏବେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୯.୩୧ ରହିଛି । ପ୍ରତି ସେକେଣ୍ଡରେ ଜଲଭଣ୍ଡାରରୁ ୯୯ ହଜାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲଭଣ୍ଡାରରୁ ୧ ଲକ୍ଷ ୩୭ ହଜାର ୭୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ବନ୍ୟା ଜଳ ଆସିବାରୁ ବଢୁଛି ହୀରାକୁଦ ଜଲସ୍ତର ।
