ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ ,ଶସ୍ତ୍ର ତ୍ୟାଗ କରିବେ ମାଓବାଦୀ

ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ନରମିଲା ମାଓ ସଂଗଠନ । ଆଉ କୌଣସି ବାଟ ନପାଇ ଶେଷରେ ନିଃସର୍ତ୍ତ ଯୁଦ୍ଧବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଯୁଦ୍ଧ ବିରତି କରି ସରକାରଙ୍କ ଦ୍ବିପାକ୍ଷିକ ଆଲୋଚନା ଲାଗି ପ୍ରସ୍ତାବ। ଯୋଗାଯୋଗ ଲାଗି ଇ-ମେଲ ଓ ଫେସବୁକ ଆଇଡି ଜାରି କଲେ ମାଓବାଦୀ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଉପଲବ୍ଧି କୁହାଯିବ ।

ଅଧିକ ପଢନ୍ତୁ

Odisha Darpan Digital