ଆଜିଠୁ ନିଲାମ ହେବ ପିଏମ୍ ମୋଦିଙ୍କ ଉପହାର, ଅକ୍ସନରେ ରହିଛି ୧୦ ଲକ୍ଷରୁ ଅଧିକ ମୂଲ୍ୟର ସାମଗ୍ରୀ

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାରର ସପ୍ତମ ଇ-ନିଲାମ ଘୋଷଣା କରିଛି। ଏଥର ନିଲାମ ୧୭ ସେପ୍ଟେମ୍ବର, ୨୦୨୫ ରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ ଏଥର ୧୩୦୦ ରୁ ଅଧିକ ଉପହାର ଅନଲାଇନ୍ ବିଡିଂ ପାଇଁ ରଖାଯିବ। ଉକ୍ତ ଉପହାର ମଧ୍ୟରେ ରାମ ଦରବାରର ତାଞ୍ଜୋର ପେଣ୍ଟିଂ, ଧାତବ ନଟରାଜ ମୂର୍ତ୍ତି, ହାତବୁଣା ନାଗା ଶାଲ୍‌, ୨୦୨୪ ପାରାଅଲିମ୍ପିକ୍‌ ଗେମ୍‌ରୁ ମିଳିଥିବା କ୍ରୀଡ଼ା ସ୍ମାରକୀ ସେଟ୍‌ ରହିଛି।ଏହି ନିଲାମ ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ (NGMA) ଦ୍ୱାରା ଆୟୋଜିତ ହେଉଛି। କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଘୋଷଣା କରି କହିଛନ୍ତି ଯେ ଏଥର ୧୩୦୦ ରୁ ଅଧିକ ଉପହାର ବିଡିଂ ପାଇଁ ଉପଲବ୍ଧ ହେବ। ଲୋକମାନେ www.pmmementos.gov.in କୁ ଯାଇ ଏହି ସାଂସ୍କୃତିକ ଐତିହ୍ୟ ସାମଗ୍ରୀ ଉପରେ ବିଡିଂ କରିପାରିବେ।ମନ୍ତ୍ରୀ ବ୍ୟାଖ୍ୟା କରିଥିଲେ ଯେ ଉପହାରର ପ୍ରଥମ ନିଲାମ ଜାନୁଆରୀ ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ, ପ୍ରଧାନମନ୍ତ୍ରୀ ମୋଦୀ ପାଇଥିବା ହଜାର ହଜାର ଉପହାର ନିଲାମ କରାଯାଇଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ତାଙ୍କର ସମସ୍ତ ସ୍ମାରକୀ ଏହି ମହାନ ଉଦ୍ଦେଶ୍ୟ ପାଇଁ ଉତ୍ସର୍ଗ କରିଛନ୍ତି।ନମାମି ଗଙ୍ଗେ ପ୍ରକଳ୍ପକୁ ସହାୟତା ପାଇଁ ବିନିଯୋଗ ହୋଇଥିବା ଶେଖାଓ୍ବତ୍‌ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital