
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ କେସି କ୍ଳବ ଠାରେ ଜିଲ୍ଲା ଚେସ ଆସୋସିଏସନ ସଭାପତି ଭାଗିରଥି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ପୁରସ୍କୃତ କରାଯିବ। ଏହି ବୈଠକରେ ଜିଲ୍ଲା ଚେସ ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ର,ସମ୍ପାଦକ ଲକ୍ଷ୍ମୀଧର ସାହୁ,କୋଷାଧ୍ୟକ୍ଷ ତାରୁନ ଖାଁ, ସଦସ୍ୟ ଭିକାରି ଚରଣ ଦାସ, ଧିରେନ ପ୍ରଧାନ, ପ୍ରକାଶ ମହାପାତ୍ର,ସଞ୍ଜୟ କୁମାର ସ୍ୱାଇଁ, ରିତେଶ ରଥ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇଁ ପ୍ରତିଯୋଗୀମାନେ ସଭାପତିଙ୍କ ମୋବାଇଲ ନଂ-୮୯୦୮୮୮୦୮୮୯ କିମ୍ବା ୯୪୩୭୪୪୧୨୨୮ରେ ଯୋଗାଯୋଗ କରି ପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।