ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା

ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି। ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ । ସୂଚନାଥାଉକି, କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି ା ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ଥିଲା ପୋଲିସ ଏସଆଇ ପରୀକ୍ଷା । ଲାଞ୍ଚ ଦେବା ଓ ନେବାରେ ସଂପୃକ୍ତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ । ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ । ଏଥିସହିତ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ ।

ଅଧିକ ପଢନ୍ତୁ

Odisha Darpan Digital