ପଦ୍ମପୁର ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଭୟଭୀତ ପୀଡ଼ିତ ପରିବାର

ରାୟଗଡ଼ା ତା ୦୬/୧୦ (ନିପ୍ର) ଗୁଣିଗାରେଡି ସଂନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ପରିବାର ଆଜି ନ୍ଯାୟ ଭିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ମାନେ ଜାମିନରେ ବାହାରି ପୁଣି ମାନସିକ ନିର୍ଯ୍ଯାତନା ଦେଉଥିବା ବେଳେ ବିଳମ୍ବିତ ରାତିରେ ଘର ଉପରକୁ ଟେକାପଥର ଫିଙ୍ଗୁଥିବା ଅଭିଯୋଗ କରିଛନ୍ତି ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳର ମହିଳା ସଂଞ୍ଜୁ ସାହୁ। ଗତ ଏପ୍ରିଲ ମାସ ୨୧ତାରିଖ ଦିନ ପଦ୍ମପୁର ଥାନା ଖଟମନପୁର ସାହିର ଭୈରବ ସାହୁଙ୍କୁ ଗୁଣିଗାରେଡି ସଂନ୍ଦେହରେ ସଂଘବଧ ଭାବେ ଗ୍ରାମର କିଛି ଲୋକେ ଗାଁ ଦାଣ୍ଡରେ ଅତି ବିଭତ୍ସ ଭାବେ ହତ୍ଯା କରିଥିଲେ। ଏନେଇ ପୁଲିସ ତଦନ୍ତ କରିବା ସହ ୩୬ଜଣକୁ ଗିରଫ କରିଥିଲା। ଯେଉଁଥିରେ ୬ଜଣ ନାବାଳକ ରହିଥିଲେ। ଏବେବି ଏହି ହତ୍ଯାକାଣ୍ଡରେ ଜଡିତ ଅନେକ ଫେରାର ଅଛନ୍ତି। ତେବେ କିଛି ଅଭିଯୁକ୍ତ ଜାମିନରେ ଆସି ମୃତ ଭୈରବଙ୍କ ପରିବାରକୁ ପୁଣିଥରେ ମାନସିକ ନିର୍ଯାତନା ଦେବାସହ ପଥରମାଡ କରିବା ଓ ଗାଁ ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଆଜି ମୃତ ଭୈରବଙ୍କ ପରିବାର ରାୟଗଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀରେ ନ୍ଯାୟ ଭିକ୍ଷା କରିଛନ୍ତି। ନ୍ଯାୟ ନମିଳିଲେ ସପରିବାର ଆତ୍ମହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital