ପୋଲିସ ଏସଆଇ ପରୀକ୍ଷା ଜାଲିଆତି; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ଏସ୍‌ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ଏବଂ ୫ ଜଣ ଦଲାଲଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ। ତେବେ ଲାଞ୍ଚ କାରବାର ଓ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପରୀକ୍ଷା ସ୍ଥଗିତ ଘୋଷଣା ହୋଇଛି। ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। ଆସନ୍ତା ଅକ୍ଟୋବର ୫ ଏବଂ ୬ ତାରିଖରେ ହୋଇଥାନ୍ତା ପରୀକ୍ଷା।

ଅଧିକ ପଢନ୍ତୁ

Odisha Darpan Digital