ଓଡ଼ିଶାରେ ବଡ ମାଛ ମାର୍କେଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି

ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଭିସି ଯୋଗେ ଭୁବନେଶ୍ୱର ପାଣ୍ଡରାଠାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ଓ ସମ୍ବଲପୁର ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିତ୍ତିପ୍ରସ୍ତର ସ୍ଥାପନା ପରେ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୋଦି । ଏଥିସହ ଦେଶର ଦୁଇଟି ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନର ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ଯ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଗଲା । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦେଶର ୧.୭ କୋଟି କୃଷକ ଉପକୃତ ହେବେ ।

ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ଯ ସ୍ଥାପନ କରିଛନ୍ତି ।

ଅଧିକ ପଢନ୍ତୁ