ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ

ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ । ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ କେବଳ ଘୋଷଣା ବାକି ଥିବା ସୂଚନା ମିଳିଛି । ମନୋଜ ମିଶ୍ରଙ୍କ ନାଁରେ ମୋହର ବାଜିଥିବା ବି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ନୂଆପଡା ଜିଲ୍ଲା ସଭାପତି ହେଉଛନ୍ତି, ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ । ସମସ୍ତ ନେତାଙ୍କଠାରୁ ଫିଡବ୍ୟାକ୍ ଗ୍ରହଣ କରିବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ନୂଆପଡ଼ା ପାଇଁ ଦଳ ଆଦିବାସୀ ଚେହେରା ଓ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦେଇପାରେ ।

ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଗତକାଲିଠୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ ।

ଅଧିକ ପଢନ୍ତୁ

Odisha Darpan Digital