ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ ଜାରି। ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ହେଲା ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ ବିଜ୍ଞାପନ ନେଇ ଭାଇରାଲ ହେଉଛି । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ କୁହାଯାଇଛି । ତେବେ ୪୯ ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ଅବଢା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇଛି ।
