ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ ବିରୋଧୀ ଦଳ ନେତା । ପ୍ରାୟ ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏକାମ୍ରନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ଏ ଲମ୍ବା ଯାତ୍ରାରେ ସେ ପାଇଛନ୍ତି ଈର୍ଷଣୀୟ ସଫଳତା । ବିକାଶ ମାନଚିତ୍ରରେ ଓଡ଼ିଶା ଅନେକ ଉପରକୁ ଉଠିଛି । ଦେଶରେ ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ହିଁ ରହିଛି ଶୀର୍ଷରେ । ୧୯୪୬ ମସିହା‌ ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରେ ରାଜନୀତିର ଧାର୍‌ ଧରୁ ନଥିବା ନବୀନ ଘଟଣାଚକ୍ରରେ ଓଡ଼ିଶା ଆସି ରାଜନୀତିରେ ସାମିଲ ହେଲେ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସଭାପତି ହେଲେ ।

ଅଧିକ ପଢନ୍ତୁ

Odisha Darpan Digital