ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କଣ ରହିଛି ରହିଛି କାର୍ଯ୍ୟସୂଚୀ-

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଶୁକ୍ରବାର ପୌଷ ଶୁକ୍ଳ ତୃତୀୟା ତିଥିରେ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଆଚାର୍ଯ୍ୟବରଣ କରାଯାଇଥିଲା । ଯଜ୍ଞ ମଣ୍ଡପରେ ମଣ୍ଡଳ କଟାଯାଇ ଯଜ୍ଞ ବିଧି ଓ ପୂଜା ଆରମ୍ଭ କରାଯାଇଛି ।୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ। ଯଜ୍ଞଶାଳାରେ ୪୮ ବ୍ରାହ୍ମଣ ବରଣ ହେବେ। ଚାରି ଦ୍ବାରରେ ବେଦପାଠ ହେବ। ୬୦ ପଣ୍ଡିତ ଚାରି ବେଦ ପାଠ କରିବେ। ବିଶ୍ରାମ ଲାଗି ମଧ୍ୟ ବ୍ୟବସ୍ଥା ରହିଥିବା ବେଳେ ବାହାରେ ଭକ୍ତଙ୍କ ଲାଗି ସୁବିଧା କରାଯାଇଛି।ଦୀର୍ଘ ୭୦୦ ବର୍ଷ ପରେ ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ପୁଣି ଥରେ ହେବାକୁ ଯାଉଛି । ବିଶ୍ୱ ଏହି ସୌନ୍ଦର୍ଯ୍ୟ ଓ ସୁରକ୍ଷା କାମ ଦେଖିବ ।

ମେଘନାଦ ପାଚେରୀଠାରୁ ବାହାରକୁ ୭୫ ମିଟର ଭିତରେ ପରିକ୍ରମା ମାର୍ଗ ଓ ସୁରକ୍ଷା କରିଡର କରିବା କଳ୍ପନା ବାସ୍ତବରେ ସଫଳ ରୂପାୟନ ହୋଇଛି । ଏହାକୁ ରୂପାୟନ କରିବା ଏକଦା ଅବାସ୍ତବ ଲାଗୁଥିଲା । ତେବେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସବୁ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ ହେଉଛି ବୋଲି ଗଜପତି ଦିବ୍ୟସିଂହ ଦେବ କହି ଥିଲେ |

ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ରେ ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ-
୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ। ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ।

ଅଧିକ ପଢନ୍ତୁ

kc ads