‘ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ’

ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ କେରଳ କର୍ଣ୍ଣାଟକ ଉପକୂଳ ନିକଟବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଏକ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରି ନାହିଁ। ଓଡ଼ିଶା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital