ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ

ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ମୋଷ୍ଟ ୱାଣ୍ଟେଡ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ। ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ । ବୈଦେଶ୍ଵର ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଗତକାଲି ମୁନାକୁ ଦଶପଲ୍ଲାରୁ ଗିରଫ କରାଯାଇଥିଲା । ପୋଲିସ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲେ ମୁନା ମହାନ୍ତି । ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦଶପଲ୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିମନ୍ୟୁ ଦେରାଙ୍କୁ ବି ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ  ପିଲା ଯୋଗାଡ଼ କରିବା ଏବଂ ବସରେ ରାଜ୍ୟ ବାହାରକୁ ପଠାଇବାରେ ମନ୍ନା ମହାନ୍ତି ଓ ଶ୍ରୀକାନ୍ତ ମହାରାଣାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।

ଅଧିକ ପଢନ୍ତୁ

Odisha Darpan Digital