ନୟାଗଡ଼ ବାରବାଟୀ ସଂସାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଚାଲିଯାଇଥିଲେ ଶିକ୍ଷକ। ଏକ ଘଣ୍ଟା ପରେ ତାଲାଭାଙ୍ଗି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।ଅଭିଯୋଗ ଅନୁସାରେ, ଗତ ବୁଧବାର ଅପରାହ୍ଣରେ ଅଷ୍ଟମ ଶ୍ରେଣୀ ଛାତ୍ରର ଦେହ ଖରାପ ହେବାରୁ ସେ ଘରକୁ ଯିବା ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କହିଥିଲେ । କିନ୍ତୁ ସ୍କୁଲ ଛୁଟି ହେଲା ପରେ ଯିବାକୁ ଅନୁମତି ଦେଇଥିଲେ ପ୍ରଧାନଶିକ୍ଷୟିତ୍ରୀ । ଏହାପରେ ଶ୍ରେଣୀ କକ୍ଷରେ ଛାତ୍ର ଶୋଇ ପଡ଼ିଥିଲେ । ସ୍କୁଲ ଛୁଟି ହେବା ପରେ ଶ୍ରେଣୀଗୃହ ଯାଞ୍ଚ ନକରି ଶିକ୍ଷକମାନେ ପିଲାଙ୍କ ଦ୍ବାରା ତାଲା ପକାଇ ଚାଲିଯାଇଥିଲେ । ପ୍ରାୟ ଏକଘଣ୍ଟା ପରେ ଛାତ୍ର ପାଟି କରିବା ସହ କବାଟ ବାଡେଇଥିଲେ । ପାଖରେ ଥିବା ଲୋକମାନେ ଆସି ତାଲାଭାଙ୍ଗି ତାକୁ ଉଦ୍ଧାର କରିଥିଲେ। ତେବେ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
