ଛତିଶଗଡ଼ର ଜଶପୁର ଜିଲ୍ଲାର ଛୋଟିଆ ଗାଁ କେସରା । ଗାଁର ଚାଷୀ ବଜରଙ୍ଗ ରାମ ଭଗତ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ। ଦିନେ ବଜରଙ୍ଗ ହଠାତ୍ ବସ୍ତା ଧରି ପହଞ୍ଚିଥିଲେ ଶୋ ରୁମ୍ରେ । ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ । ଶୋ ରୁମ୍ କର୍ମଚାରୀ ବି ତାଙ୍କୁ ଦେଖି ହୋଇପଡିଥିଲେ ତାଟକା । ଟଙ୍କା ନିଅ ମୋତେ ସ୍କୁଟର ଖଣ୍ଡିଏ ଦିଅ କହିଥିଲେ ବଜରଙ୍ଗ । କିଛି କର୍ମଚାରୀ ଏକାଠି ହୋଇ ଲାଗି ପଡିଥିଲେ ଟଙ୍କା ଗଣିବାରେ । ଟଙ୍କା ଗଣିବାକୁ ପାଖାପାଖି ଲାଗିଥିଲା ୩ ଘଣ୍ଟା । ଶେଷରେ କଏନ ହୋଇଥିଲା ୪୦ ହଜାର କିନ୍ତୁ ବାକି ଟଙ୍କା ଦେଇଥିଲେ ନୋଟ୍ ଆକାରରେ । ବଜରଙ୍ଗ ରାମ ଭଗତ ଓ ତାଙ୍କ ଝିଅ ଚମ୍ପା ସ୍କୁଟର ଆଣି ଘରକୁ ଆସିଲେ । ଓଳିଏ ଖାଇ ଓଳିଏ ଉପାସ ରହିଛି ଜମା କରିଥିଲେ ପ୍ରାୟ ୯୮,୦୦୦ ଟଙ୍କା । ଶେଷରେ, ଏତେ ମାସର କଠିନ ପରିଶ୍ରମ ପରେ, ଝିଅ ଚମ୍ପାକୁ ଭେଟିଦେଇଥିଲେ ଗାଡି ।
