ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍‌

ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଆଗାମୀ ଦିନରେ ପ୍ରବଳ ଶୀତ ସହ ଘନ କୁହୁଡି ହେବାର ଆଶା କରାଯାଉଛି l ଓଡିଶାର କାଶ୍ମୀର ଓ କନ୍ଧମାଳ ପର୍ଯ୍ୟଟନ ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍‌ ଆସନ୍ତା ନଭେମ୍ବର ୧୫ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଛି  l ଗତ ୪ ବର୍ଷ ହେଲା ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ମଞ୍ଚ ବ୍ୟବସ୍ଥା, ଭିୟୁ ଦେଖିବା ପାଇଁ ଓ୍ବାଚ୍‌ ଟାଓ୍ବାର, ଡାଇନିଂ ହଲ୍‌, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ସହ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି l ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍‌ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ ୨୫ଟି ବିଶାଳ ପୂର୍ଣ୍ଣ ତମ୍ବୁ କରାଯାଇ ଥିବା ବେଳେ ପ୍ରତି ତମ୍ବୁ ର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଥିବା ଜଣାପଡିଛି l ଏଥିସହ ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ଚାଲିଛି। ଇକୋ ରିଟ୍ରିଟ୍‌ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ।

ଅଧିକ ପଢନ୍ତୁ

Odisha Darpan Digital