ଆସନ୍ତା ଅକ୍ଟୋବର ୩୦ ତାରିଖରେ ଆସିବ ପିଏମ କିଷାନ ଟଙ୍କା। ଦୀପାବଳି ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପ ଚାଷୀମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ସାଜିବ। ତେବେ ଏହି ୨,୦୦୦ ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ପିଏମ୍-କିଷାନ ଯୋଜନାରେ କେନ୍ଦ୍ର ସରକାର ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରୁଛନ୍ତି। କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ଫେବୃଆରୀରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।କିନ୍ତୁ ଯଦି ଆପଣ ଏହି ଯୋଜନାରେ ଲାଭ ପାଇବା ପାଇଁ ଆବେଦନ କରିଥିଲେ ଏବଂ ଆପଣଙ୍କୁ କିସ୍ତି ଟଙ୍କା ମିଳିନାହିଁ ତେବେ ଏହା ପଛରେ କିଛି କାରଣ ଥାଇପାରେ ।
ତେଣୁ ଆପଣଙ୍କୁ ପ୍ରଥମେ ପିଏମ୍ କିଷାନ ଯୋଜନାର ହେଲ୍ପ ଲାଇନ୍ ନମ଼୍ବରରେ ଯୋଗାଯୋଗ କରି ଆପଣଙ୍କ ସମସ୍ୟା କହିବାକୁ ହେବ । ଏଥିପାଇଁ ୦୧୧-୨୪୩୦୦୬୦୬, ୧୫୫୨୬୧ କିମ଼୍ବା ୧୮୦୦୧୧୫୫୨୬୬ ନମ଼୍ବର ଜାରି କରାଯାଇଛି । ଏହାଛଡ଼ା pmkisan-ict@gov.in କିମ଼୍ବା pmkisan-funds@gov.in ରେ ଆପଣଙ୍କ ସମସ୍ୟା ଲେଖି ମେଲ୍ ପଠାଇ ପାରିବେ ।
