ଦେଶର ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଜର ଅଂଶଧନ କମାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏହି ବ୍ୟାଙ୍କରେ ବର୍ତ୍ତମାନ ସରକାରଙ୍କର ପ୍ରାୟ ୮୧.୧୯% ଅଂଶଧନ ରହିଛି ।ଦ୍ବିତୀୟରେ ୟୁକୋ ବ୍ୟାଙ୍କ (UCO Bank) । ୟୁକୋ ବ୍ୟାଙ୍କରେ ସରକାରଙ୍କ ପ୍ରାୟ ୯୦.୯୫% ଅଂଶଧନ ରହିଛି । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ (Punjab & Sind Bank) । ଏହି ବ୍ୟାଙ୍କରେ ସରକାରୀ ଅଂଶଧନ ପ୍ରାୟ ୯୩.୮୫% ରହିଛି । ଚତୁର୍ଥରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (Indian Overseas Bank) । ଏହି ବ୍ୟାଙ୍କରେ ମଧ୍ୟ ସରକାରଙ୍କ ଭାଗିଦାରୀ ପ୍ରାୟ ୯୨.୪୪% ରହିଛି । ନିୟମ ପାଳନ ପାଇଁ ଏହାକୁ ୭୫%କୁ ଅଣାଯିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI)ର ନିୟମ ଅନୁଯାୟୀ, କୌଣସି ତାଲିକାଭୁକ୍ତ କମ୍ପାନୀ କିମ୍ବା ବ୍ୟାଙ୍କରେ ସର୍ବନିମ୍ନ ୨୫ ପ୍ରତିଶତ ସେୟାର ସାଧାରଣ ଜନତା ବା ପବ୍ଲିକ୍ ପାଖରେ ରହିବା ବାଧ୍ୟତାମୂଳକ ଅଟେ। ପୂର୍ବରୁ ସରକାରୀ କମ୍ପାନୀ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏହି ନିୟମରୁ କିଛି ଅବଧି ପାଇଁ କୋହଳ ବା ଛାଡ଼ ମିଳିଥିଲା।
ତେବେ ବଜାରରେ ସ୍ୱଚ୍ଛତା ବୃଦ୍ଧି ଏବଂ ସେୟାର ଫ୍ଲୋଟ୍ ସନ୍ତୁଳିତ କରିବା ପାଇଁ ସରକାର ଏହି ବ୍ୟାଙ୍କଗୁଡ଼ିକରେ ନିଜର ଅଂଶଧନ ହ୍ରାସ କରି ୭୫% ସୀମା ଭିତରକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।ବଜାର ବିଶ୍ଳେଷକଙ୍କ ମତରେ ବଜାରର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅଫର୍ ଫର୍ ସେଲ୍ (OFS) ଜରିଆରେ ନିଜର ଅଂଶଧନ ମାର୍କେଟରେ ଖୋଲାବଜାରରେ ବିକ୍ରି କରିପାରନ୍ତି । ନଚେତ୍ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନାଲ୍ ପ୍ଲେସମେଣ୍ଟ (QIP) ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ନିଜେ ମଧ୍ୟ ବଜାରରୁ ପାଣ୍ଠି ସଂଗ୍ରହ କରିବା ଦିଗରେ ପଦକ୍ଷେପ ନେଇପାରନ୍ତି। ତେଣୁ ଆଗାମୀ ଦିନରେ ଏହି ବ୍ୟାଙ୍କଗୁଡ଼ିକର ସେୟାର ବଜାର କାରବାର ଏବଂ ନିବେଶକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଭାବେ ବିବେଚନା କରାଯାଉଛି ।
