ରାଉରକେଲାର ସିଭିଲଟାଉନସିପର ଏକ ଘରେ ସେକ୍ସ ରାକେଟ ଠାବ ହୋଇଛି l ରଘୁନାଥପାଲି ପୁଲିସ ଏଥିରେ ସଂଶ୍ଳିଷ୍ଟ ତିନି ଦେହଜୀବୀଙ୍କୁ ଧରିବା ସହ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି l ଆରଜିଏଚରେ ତିନି ଦେହଜୀବୀଙ୍କ ଡାକ୍ତରୀ ମାଇନା କରିବା ପରେ ସେମାନଙ୍କୁ ଡାକ୍ତରଖାନା ପରିସରସ୍ଥ ସଖୀ କେନ୍ଦ୍ରରେ ରଖାଯାଇଛି। କିଛି ମାସ ପୂର୍ବରୁ ଛେଣ୍ଡ କଲୋନିରେ ବଡ଼ ଧରଣର ସେକ୍ସ ରାକେଟ ଠାବ ହୋଇଥିଲା l ସେମିତି ସେକ୍ଟର ୧୬ ଓ ଜଗଦା ଅଞ୍ଚଳରେ ମଧ୍ୟ ସେକ୍ସ ରାକେଟ ଠାବ ହୋଇଥିଲା l
