ପାରାଦୀପ ବନ୍ଦରରେ ଥିବା ଏକ ଜାହାଜ ଏମ୍.ଭି. ମ୍ୟାଗ୍ନେଟ୍ ଟିମ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି ।ସିଲକ ରୋଡ଼ ସିପିଂ ଆଣ୍ଡ ଚାଟରିଂ ଲିମିଟେଡ଼ ପକ୍ଷରୁ ଏମଭି ମାଗନେଟ ଟିମ ବରୋଧରେ ହାଇକୋର୍ଟରେ ଏହି ମାମଲା ହୋଇଛି।
ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଡିସେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଜାହାଜ ରୁଷିଆରୁ କୁକିଙ୍ଗ କୋଲ ନେଇ ପାରାଦୀପ ଆସିଥିଲା। ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍ଲୋଡ୍ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ଏହି ଆଦେଶ କପିକୁ ଆବେଦନକାରୀ ପ୍ରତିପକ୍ଷଙ୍କୁ ଫ୍ୟାକ୍ସ, ଇ-ମେଲ୍ କିମ୍ବା ନିଜେ ଯାଇ ପ୍ରଦାନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
