ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି

ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଆଜି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତିକରି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ। ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି । ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅନ୍ୟପଟେ ବର୍ଷା ହେବା ପରେ ଧସିଲା ପାହାଡ । ଗଜପତି ଜିଲ୍ଲାର ଗରବା ଓ ଲିଙ୍ଗା ମଝିରେ ଭୂସ୍ଖଳନ ହୋଇଛି । ପାହାଡ ଧସିବା ଫଳରେ ରାସ୍ତା ଅବରୋଧ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital