ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।ସୂଚନା ମୁତାବକ , ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଆଜି ସକାଳେ କଟକରୁ ଶୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଆସୁଥିଲେ । ତେବେ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖରେ କେନାଲକୁ ଖସିଥିଲା କାର । ନିଜେ କାର ଚଳାଇ ଫେରୁଥିବା ବେଳେ କାର ସାମ୍ନାକୁ ଗୋଟିଏ କୁକୁର ଆସିଯିବାରୁ କାଳେ କୁକୁର ସହିତ ମାଡ଼ ହେଇଯିବ ଭାବି ଷ୍ଟିଅରିଙ୍ଗ ମୋଡି ଦେଇଥିଲେ ଅଭିନେତା ।ଯାହା ଫଳରେ କାରଟି କେନାଲ ତଳକୁ ଖସି ଯାଇଥିଲା l ତେବେ କାରଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍ ମାରି ଅଟକାଇ ଦେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital