ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ତଥ୍ୟ ଚିନ୍ତାଜନକ; ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା

ଖୋର୍ଦ୍ଧା ଜିଲ୍ଲାରେ ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ନଭେମ୍ବରରୁ ଫେବ୍ରୁଆରୀ ଭିତରେ ପିକ୍‌ନିକ୍‌ ଓ କୁହୁଡ଼ି ଯୋଗୁଁ ଦୁର୍ଘଟଣା ବଢ଼ିବା ଆଶଙ୍କା ରହିଛି । ବର୍ଷକ ଭିତରେ ଦୁର୍ଘଟଣାର ଏହି ବର୍ଦ୍ଧିତ ତଥ୍ୟ ଜିଲ୍ଲା ପ୍ରଶାସନ ସହ ପରିବହନ ବିଭାଗର ଚିନ୍ତା ବଢାଇ ଦେଇଛି ।ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଭିତରେ ମୋଟ ୮୪୯ଟି ଦୁର୍ଘଟଣା ଘଟିଥିଲା । ଚଳିତବର୍ଷ ଏହି ସଂଖ୍ୟା ବଢ଼ିକି ୯୫୪ରେ ପହଞ୍ଚିଛି । ଦୁର୍ଘଟଣା ଯୋଗୁଁ ଗତବର୍ଷ ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତଥର ୨୭୬ଜଣଙ୍କ ଜୀବନ ଯାଇଛି । ଯାହା ଗତବର୍ଷ ତୁଳନାରେ ୨.୧୭ ପ୍ରତିଶତ ଅଧିକ । ଏପଟେ ଗତବର୍ଷ ୯ ମାସରେ ୫୪୭ଜଣ ଗୁରୁତର ହୋଇଥିବା ବେଳେ ଚଳିତ ଥର ମୋଟ ୫୩୪ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ