ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଆଜି ସରିଥାନ୍ତା, ହେଲେ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।ସୂଚନାମୁତାବକ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ, ନଭେମ୍ବର ୧୨ରେ ସାରିବାର ଥିଲା କିନ୍ତୁ ଏବେ ଆଉ ଗୋଟେ ଦିନ ବୃଦ୍ଧି ହୋଇଛି । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆର ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।

ଅଧିକ ପଢନ୍ତୁ

Odisha Darpan Digital