ରାଜ୍ୟରେ ଆହୁରି ବଢିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ପାରଦ

ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି। ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ଝାରସୁଗୁଡ଼ା, ଅନୁଗୁଳ ଓ ରାଉରକେଲାରେ ୧୧ ଡିଗ୍ରୀ ରହିପାରେ ।ସେପଟେ ଆସନ୍ତାକାଲି ଠାରୁ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ମାତ୍ରା ଶୀତର ପ୍ରଭାବ ରହିବ । ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ । କିଛି ସ୍ଥାନରେ କୁହୁଡ଼ି ଦୃଶ୍ଯମାନ ହେବାକୁ ଥିବା ବେଳେ ସକାଳୁ ସତର୍କତାର ସହ ଗାଡ଼ି ଚଲାଇବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଅଧିକ ପଢନ୍ତୁ

Odisha Darpan Digital