ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼। ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେ ୧୨ଟା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରିପଶି ଆସିଥିଲେ । ଦୁର୍ବୃତ୍ତଙ୍କୁ ଦେଖି ୨ ଯୁବକ ଗାଁଲୋକଙ୍କୁ ଡାକିବାରୁ ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମା ଫୋପାଡି ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗାଁଲୋକେ ।କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ । ଖବରପାଇ ପୋଲିସ ଅକୃରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
