ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍ମିଟ୍ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସବୁ ଠିକ ଥିଲେ ଆମେ ୧୦ ହଜାର ଭୋଟ୍ରେ ଜିତିବୁ। ନୂଆପଡା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଭାଜପା ଯଦି ଜିତେ ତା’ହେଲେ ଇଭିଏମ୍ ଜାଲିଆତି ହୋଇଛି ବୋଲି ସ୍ପଷ୍ଟ ହୋଇଯିବ। ଏନେଇ ଆମେ ସିଇଓଙ୍କ ନିକଟରେ ଅଭିଯୋଗ ବି କରିଛୁ। ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ଆବଶ୍ୟକ ନ ଥାଇ ବି ଅନେକ ସ୍ଥାନରେ ଇଭିଏମ୍ ବଦଳାଯାଇଛି। ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍ରେ ଜିତିବୁ ବୋଲି କହୁଛନ୍ତି।
