୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ RWSS କିରାଣି । କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓଙ୍କୁ ମାଡିବସିଲା ଭିଜିଲାନ୍ସ । ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।୩୧.୦୩.୨୦୨୪ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସେ ଅଭିଯୁକ୍ତ ରାଓଙ୍କୁ ତାଙ୍କର ପେନ୍‌ସନ୍‌ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରି ଆସୁଥିଲେ। ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଭିଯୁକ୍ତ ଫାଇଲ ପ୍ରକ୍ରିୟାକରଣ କରୁ ନ ଥିଲେ ବରଂ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରୁଥିଲେ। ଅଭିଯୋଗକାରୀ ରାଓଙ୍କ ଦ୍ୱାରା ତାଙ୍କୁ ହଇରାଣ କରାଯାଇଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିଲେ।ପୂର୍ବ କଥାବାର୍ତ୍ତା ଅନୁଯାୟୀ ଭେଙ୍କଟ ଗିରି ରାଓ ନଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ ଭେଙ୍କଟ ଗିରି ରାଓ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଅଧିକ ପଢନ୍ତୁ

Odisha Darpan Digital